କେନ୍ଦ୍ରର କଂଗ୍ରେସ ନେତୃତ୍ଵାଧୀନ ଉପା ସରକାରର ଓଡିଶା ପ୍ରତି ବୈମାତୃକ ମନଭାବର ପୁଣି ଥରେ ପରିପ୍ରକାଶ ହୋଇଛି, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭି.କିଶୋର
ଚନ୍ଦ୍ର ଦେଓ ଦେଇଥିବା ପ୍ରସ୍ତାବରେ
ପୂର୍ବତଟ ରେଳପଥ(ଇଷ୍ଟ କୋଷ୍ଠ)ର ସଦର ଦପ୍ତର ଭୁବନେଶ୍ଵରରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ
ସ୍ଥାନାନ୍ତର ନେଇ ପ୍ରସ୍ତାବ ଯୋଡି ହୋଇଛି।
ଦୀର୍ଘ ୫୦ ବର୍ଷର
ଅନେକ ସଂଘର୍ଷ ଓ ପ୍ରତିବାଦ ପରେ ଓଡିଶାକୁ ପୂର୍ବତଟ ରେଳପଥ ସଦର ଦପ୍ତର ମିଳିଥିବାରୁ ଏହା ଏବେ
ରାଜ୍ୟର ସ୍ଵାଭିମାନ ସହ ଜଡିତ ହୋଇଛି। ମାତ୍ର ଆନ୍ଧ୍ରପ୍ରଦେଶ ର ବିଭାଜନ ଦ୍ଵାରା ପ୍ରଭାବିତ ରାଜନୈତିକ ବାତାବରଣ ଦିଗଭ୍ରଷ୍ଟ କରିବା ପାଇଁ ଜଣେ ତେଲୁଗୁ ମନ୍ତ୍ରୀଙ୍କ ହୀନ ଚକ୍ରାନ୍ତ ଯେଉଁଥିରେ
କି କଂଗ୍ରେସ ଭାଗୀଦାର।
No comments:
Post a Comment