Monday, 23 September 2013

ପୂର୍ବତଟ ରେଳପଥ(ଇଷ୍ଟ କୋଷ୍ଠ)ର ମୁଖ୍ୟାଳୟ ସ୍ଥାନାନ୍ତର ଚକ୍ରାନ୍ତ




କେନ୍ଦ୍ରର କଂଗ୍ରେସ ନେତୃତ୍ଵାଧୀନ ଉପା ସରକାରର ଓଡିଶା ପ୍ରତି ବୈମାତୃକ ମନଭାବର ପୁଣି ଥରେ ପରିପ୍ରକାଶ ହୋଇଛି,  କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭି.କିଶୋର ଚନ୍ଦ୍ର ଦେଓ ଦେଇଥିବା ପ୍ରସ୍ତାବରେ ପୂର୍ବତଟ ରେଳପଥ(ଇଷ୍ଟ କୋଷ୍ଠ)ର ସଦର ଦପ୍ତର ଭୁବନେଶ୍ଵରରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସ୍ଥାନାନ୍ତର ନେଇ ପ୍ରସ୍ତାବ ଯୋଡି ହୋଇଛି

ଦୀର୍ଘ ୫୦ ବର୍ଷର ଅନେକ ସଂଘର୍ଷ ଓ ପ୍ରତିବାଦ ପରେ ଓଡିଶାକୁ ପୂର୍ବତଟ ରେଳପଥ ସଦର ଦପ୍ତର ମିଳିଥିବାରୁ ଏହା ଏବେ ରାଜ୍ୟର ସ୍ଵାଭିମାନ ସହ ଜଡିତ ହୋଇଛି।  ମାତ୍ର ଆନ୍ଧ୍ରପ୍ରଦେଶ ର ବିଭାଜନ ଦ୍ଵାରା ପ୍ରଭାବିତ ରାଜନୈତିକ ବାତାବରଣ  ଦିଗଭ୍ରଷ୍ଟ  କରିବା ପାଇଁ ଜଣେ ତେଲୁଗୁ ମନ୍ତ୍ରୀଙ୍କ ହୀନ ଚକ୍ରାନ୍ତ ଯେଉଁଥିରେ କି କଂଗ୍ରେସ ଭାଗୀଦାର

କେନ୍ଦ୍ରମନ୍ତୀଙ୍କ ଏହି ପ୍ରସ୍ଥାବକୁ ନେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡି ଉପସଭାପତି ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ କଂଗ୍ରେସ ନେତୃତ୍ଵାଧୀନ କେନ୍ଦ୍ର ଉପା ସରକାରଙ୍କ ଏହା ଆଉ ଏକ ଷଡଯନ୍ତ୍ର

କେନ୍ଦ୍ରର ଆର୍ଥିକ ପ୍ରଦାନରେ ବିଳମ୍ବ ଯୋଗୁଁ କେ.ବି.କେ ଯୋଜନା ପ୍ରଭାବିତ



କେନ୍ଦ୍ରର ଆର୍ଥିକ ପ୍ରଦାନରେ ବିଳମ୍ବ ଯୋଗୁଁ କେ.ବି.କେ ର ବିକାଶ ନିମିତ୍ତ ବିଭିନ୍ନ ଯୋଜନା ବାଧାପ୍ରାପ୍ତ ହୋଇଛି। ୨୦୧୧-୧୨ ମସିହାରେ କେ.ବି.କେ ନିମନ୍ତେ ୨୫୦ କୋଟି ଟଙ୍କା ଗୃହିତ ହୋଇଥିଲା କିନ୍ତୁ ମିଳିଲା ୧୩୦କୋଟି ତେଣୁ ଅନେକ ବିକାଶ ଯୋଜନା ପ୍ରଭାବିତ ହୋଇଛି। ବହୁବର୍ଷରୁ କେ.ବି.କେ ର ବିକାଶ ନିମିତ୍ତ ରାଜ୍ୟ ସରକାର ଙ୍କ ଦ୍ଵାରା ୪୫୫୦କୋଟି ଟଙ୍କାର ପ୍ରସ୍ତାବିତ ସ୍ଵତନ୍ତ୍ର ଅର୍ଥ ବ୍ୟବସ୍ଥା ଅନୁମୋଦନ ପାଇଁ କେନ୍ଦ୍ର ନିକଟରେ ପଡିରହିଛି

ମାତ୍ର ଓଡିଶା ସରକାରଙ୍କ ତରଫରୁ ୨୦୧୩-୧୪ ଆର୍ଥିକ ବର୍ଷ ପାଇଁ ୧୨୦ କୋଟି ଟଙ୍କାର ଅର୍ଥ ବ୍ୟୟବରାଦ ହୋଇଛି ଯାହାକି ବିଜୁ କେ.ବି.କେ ଯୋଜନା ସହିତ କେ.ବି.କେ ପଛୁଆ ଅଞ୍ଚଳର ବିକାଶ  ସାଧନ ହେବ।  କେନ୍ଦ୍ର ସରକାର ଦ୍ଵାରା ପ୍ରତାରିତ ହୋଇ ରାଜ୍ୟ ସରକାର ଏହି ଯୋଜନା ନିଜସ୍ଵ ଅର୍ଥ ବିନିଯୋଗ କରି କରିଛନ୍ତି 

ଅନେକ କେ.ବି.କେ ବିକାଶ ଯୋଜନା କେନ୍ଦ୍ରର ଅନୁମୋଦନ ପାଇଁ ପଡି ରହିଥିବା ବେଳେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ମନମୋହନ ସିଂହ ଏବଂ ଡେପୁଟି ଚେୟାରମ୍ୟାନ ଓଫ ପ୍ଲାନିଂ ମଣ୍ଟେକ ସିଂହ ଆଲୁବାଲିଆଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି।