କେନ୍ଦ୍ରର ଆର୍ଥିକ ପ୍ରଦାନରେ ବିଳମ୍ବ
ଯୋଗୁଁ କେ.ବି.କେ ର ବିକାଶ ନିମିତ୍ତ ବିଭିନ୍ନ ଯୋଜନା ବାଧାପ୍ରାପ୍ତ ହୋଇଛି। ୨୦୧୧-୧୨
ମସିହାରେ କେ.ବି.କେ ନିମନ୍ତେ
୨୫୦ କୋଟି ଟଙ୍କା ଗୃହିତ ହୋଇଥିଲା କିନ୍ତୁ ମିଳିଲା ୧୩୦କୋଟି ତେଣୁ ଅନେକ ବିକାଶ ଯୋଜନା ପ୍ରଭାବିତ
ହୋଇଛି। ବହୁବର୍ଷରୁ କେ.ବି.କେ ର
ବିକାଶ ନିମିତ୍ତ ରାଜ୍ୟ ସରକାର ଙ୍କ ଦ୍ଵାରା ୪୫୫୦କୋଟି ଟଙ୍କାର ପ୍ରସ୍ତାବିତ ସ୍ଵତନ୍ତ୍ର ଅର୍ଥ
ବ୍ୟବସ୍ଥା ଅନୁମୋଦନ ପାଇଁ କେନ୍ଦ୍ର ନିକଟରେ ପଡିରହିଛି।
ମାତ୍ର ଓଡିଶା ସରକାରଙ୍କ ତରଫରୁ ୨୦୧୩-୧୪ ଆର୍ଥିକ ବର୍ଷ ପାଇଁ ୧୨୦
କୋଟି ଟଙ୍କାର ଅର୍ଥ ବ୍ୟୟବରାଦ ହୋଇଛି ଯାହାକି ବିଜୁ କେ.ବି.କେ ଯୋଜନା ସହିତ କେ.ବି.କେ ପଛୁଆ
ଅଞ୍ଚଳର ବିକାଶ ସାଧନ ହେବ। କେନ୍ଦ୍ର ସରକାର ଦ୍ଵାରା ପ୍ରତାରିତ ହୋଇ ରାଜ୍ୟ ସରକାର
ଏହି ଯୋଜନା ନିଜସ୍ଵ ଅର୍ଥ ବିନିଯୋଗ କରି କରିଛନ୍ତି।
ଅନେକ
କେ.ବି.କେ ବିକାଶ ଯୋଜନା କେନ୍ଦ୍ରର ଅନୁମୋଦନ ପାଇଁ ପଡି ରହିଥିବା ବେଳେ ଓଡିଶାର ମାନ୍ୟବର
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ମନମୋହନ ସିଂହ ଏବଂ
ଡେପୁଟି ଚେୟାରମ୍ୟାନ ଓଫ ପ୍ଲାନିଂ ମଣ୍ଟେକ ସିଂହ ଆଲୁବାଲିଆଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି।
No comments:
Post a Comment